ନୂଆଖାଇ ଯୋଗୁଁ ସୋମବାର ବନ୍ଦ ରହିବ ବ୍ୟାଙ୍କ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର, ୦୭/୦୯: ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ଯୋଗୁଁ ସୋମବାର ତଥା ସେପ୍ଟେମ୍ବର ୯ ତାରିଖରେ ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହା ପୂର୍ବରୁ ରାଜ୍ୟ ସରକାର ନୂଆଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ, କାର୍ଯ୍ୟାଳୟ ଓ ମାଜିଷ୍ଟ୍ରେଟ୍ ଅଦାଲତକୁ ଛୁଟି ଘୋଷଣା କରିଥିଲେ। ସେପ୍ଟେମ୍ବର ୮ ତାରିଖ ରବିବାର ଦିନ ନୂଆଁଖାଇ ପଡୁଥିବାରୁ ତା’ ପରଦିନ ଅର୍ଥାତ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରାଯାଇଛି।