ପୂଜା ଖେଡକରଙ୍କୁ ଆଇଏଏସ୍ ପଦରୁ ମୁକ୍ତ କଲେ କେନ୍ଦ୍ର ସରକାର

ସିଭିଲ ସର୍ଭିସ ପରୀକ୍ଷାରେ ଓବିସି ଓ ଭିନ୍ନକ୍ଷମ କୋଟା ସୁବିଧାର ଅପବ୍ୟବହାର କରିବା ଅଭିଯୋଗରେ ଅଭିଯୁକ୍ତ ପୂଜା ଖେଡକରଙ୍କ ବିରୋଧରେ ୟୁପିଏସସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୂଜା ଖେଡକରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ

ନୂଆଦିଲ୍ଲୀ, ୦୭/୦୯: ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓବିସି ଓ ଭିନ୍ନକ୍ଷମ କୋଟା ସୁବିଧାର ଅପବ୍ୟବହାର କରିଥିବା ଅଭିଯୋଗରେ ପୂର୍ବତନ ଟ୍ରେନି ଅଫିସର ପୂଜା ଖେଡକରଙ୍କୁ ସରକାର ତୁରନ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ରୁ ମୁକ୍ତ କରିଛନ୍ତି। ୨୦୨୦-୨୧ରେ ପୂଜା ଖେଡକର ‘ପୂଜା ଦିଲ୍ଲୀପରାଓ ଖେଡକର’ ନାମରେ ଓବିସି କୋଟାରେ ପରୀକ୍ଷା ଦେଇଥିଲେ। ସେହିପରି ୨୦୨୧-୨୨ରେ ସେ ଓବିସି ଏବଂ ପିଡବ୍ଲୁବିଡି କୋଟା ବ୍ୟବହାର କରି ‘ପୂଜା ମନୋରମା ଦିଲ୍ଲୀପ ଖେଡକର’ ନାମରେ ପରୀକ୍ଷା ଦେଇଥିଲେ। ଏ ନେଇ ପୂଜା ଖେଡକର ନିଜ କ୍ଷମତାର ଅପବ୍ୟବହାର କରିବା ଏବଂ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ନିୟମର ବ୍ୟବସ୍ଥାକୁ ଉଲ୍ଲଂଘନ କରି ନିଜର ନକଲି ପରିଚୟ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ୟୁପିଏସସି ମଧ୍ୟ ପୂଜା ଖେଡକରଙ୍କ ବିରୋଧରେ ଠକେଇ ଏବଂ ଜାଲିଆତି ଅଭିଯୋଗରେ ଅପରାଧିକ ମାମଲା ଆରମ୍ଭ କରିଛି।