ଓଏସଏସଏସସି କାର୍ଯ୍ୟାଳୟ ଘେରିଲେ ଚାକିରି ଆଶାୟୀ

ଗ୍ରୁପ-ସି ପଦବୀ ପରୀକ୍ଷାରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର, ୧୦/୦୯: ବିଭିନ୍ନ ଗ୍ରୁପ ସି ପଦବୀରେ ଚାକିରି ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସ୍ଏସ୍ଏସସି) କାର୍ଯ୍ୟାଳୟ ଘେରିଛନ୍ତି ଶହ ଶହ ଚାକିରି ଆଶାୟୀ। ଯୋଗ୍ୟ ମେରିଟ୍ ଲିଷ୍ଟରୁ ବାଦ ପଡ଼ିଥିବା ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୁନଃ ପରୀକ୍ଷା କରିବାକୁ ଦାବି କରିଛନ୍ତି।

ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ପ୍ରାଣୀଧନ ନିରୀକ୍ଷକ ପଦବୀ ପାଇଁ ଲିଖିତ ପରୀକ୍ଷାରେ ଅନିୟମିତତା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବାରୁ ପରୀକ୍ଷାର୍ଥୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଓଏସ୍ଏସ୍ଏସସି ପକ୍ଷରୁ କୌଣସି ଯାଞ୍ଚ ହୋଇନଥିବା ଦର୍ଶାଇଥିଲେ। ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହ ଫରେଷ୍ଟର ଓ ଅନ୍ୟାନ୍ୟ ପଦବୀ ପାଇଁ ପରୀକ୍ଷା ବାତିଲ କରିବାକୁ ସେମାନେ ଅନୁରୋଧ କରିଛନ୍ତି।