‘ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧୀନ’

ବର୍ତ୍ତମାନର ସ୍ଥିତି ଚିନ୍ତାଜନକ ନୁହେଁ: ମେୟର

ଭୁବନେଶ୍ବର, ୧୦/୦୯: ଭୁବନେଶ୍ବରରେ ଡେଙ୍ଗୁ ସ୍ଥିତିକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ। ମେୟର କହିଛନ୍ତି, ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମାତ୍ରାଧିକ ଥିଲେ ବି ଚିନ୍ତା କରିବାର ବିଷୟ ନାହିଁ। ବର୍ଷା ଋତୁ ଯୋଗୁଁ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମସି କଠିନ ପରିଶ୍ରମ କରୁଛି। ବିଏମସି ପକ୍ଷରୁ ନିୟମିତ ଭାବେ ଭୁବନେଶ୍ବରରେ ମଶା ଧୂଆଁ ଦିଆଯାଉଛି। ଜ୍ୱର ହେଲେ ମଶାରି ବ୍ୟବହାର କରିବା ସହ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯିବାକୁ ମେୟର ପରାମର୍ଶ ଦେଇଛନ୍ତି। ଆଖପାଖରେ ଜମା ଥିବା ପାଣିକୁ ହଟାଇ ଚାରିପାଖ ଶୁଖିଲା ରଖିବାକୁ ମେୟର ଅନୁରୋଧ କରିଛନ୍ତି।