ନିର୍ମାଣ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ବଢ଼ିଲା ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି

ଭୁବନେଶ୍ୱର, ୧୧/୦୯: ଓଡ଼ିଶା ନିର୍ମାଣ ଶ୍ରମିକ ସମାରୋହରେ ଯୋଗ ଦେଇ ନିର୍ମାଣ ଶ୍ରମିକଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ସମାରୋହରେ ନିର୍ମାଣ ଶ୍ରମିକମାନେ ସମ୍ମୁଖୀନ କରୁଥିବା ବିଭିନ୍ନ ସମସ୍ୟା ଉପରେ ଆଜି ଆଲୋଚନା କରାଯାଇଥିଲା। ବହୁ ନିର୍ମାଣ ଶ୍ରମିକଙ୍କ ସ୍ୱାଭାବିକ ମୃତ୍ୟୁ ହେଉଥିବା ବେଳେ ଅନେକଙ୍କର ଦୁର୍ଘଟଣା ଘଟି ଅସ୍ୱାଭାବିକ ଭାବେ ମୃତ୍ୟୁ ହେଉଛି। ଓଡିଶା ନିର୍ମାଣ ଶ୍ରମିକ ବୋର୍ଡ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହାକୁ ବିଚାରକୁ ନିଆଯାଇଛି। ଅନେକ ଦିନରୁ ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି ପାଇଁ ଦାବି ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟରେ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ପ୍ରକାର ସହାୟତା ରାଶି ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସ୍ୱାଭାବିକ ମୃତ୍ୟୁ ପାଇଁ ସହାୟତା ରାଶି ୨ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଦୁର୍ଘଟଣାଜନିତ ଅସ୍ୱାଭାବିକ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ସହାୟତା ରାଶିକୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ଥିବା ୪୩ ଲକ୍ଷ ନିର୍ମାଣ ଶ୍ରମିକମାନେ ବହୁମାତ୍ରାରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।