ଜାଗମରାରୁ ଗଡ଼ିଲା ‘ସୁଭଦ୍ରା’ ରଥ

ଓଡ଼ିଶାର ମା' ଓ ଭଉଣୀମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହ ନାରୀ ସଶକ୍ତିକରଣର ନୂଆ ପ୍ରତୀକ ହେବ 'ସୁଭଦ୍ରା ଯୋଜନା': ବାବୁ ସିଂ

‘ମହିଳାଙ୍କ ସ୍ୱପ୍ନ ଓ ଆକାଂକ୍ଷା ପୂରଣ ଦିଗରେ ନିଷ୍ଠାପର ଉଦ୍ୟମ ସୁଭଦ୍ରା ଯୋଜନା’

ଭୁବନେଶ୍ଵର,୧୪/୦୯: ସୁଭଦ୍ରା କେବଳ ଏକ ଯୋଜନା ନୁହେଁ,ବରଂ ଆମ ଅସ୍ତିତାର ପରିଚୟ । ରାଜ୍ୟର ସମସ୍ତ ମହିଳାଙ୍କ ସ୍ୱପ୍ନ ଓ ଆକାଂକ୍ଷା ପୂରଣ ଦିଗରେ ଏହା ଆମ ମୋହନ ଚରଣ ମାଝି ସରକାରଙ୍କ ଏକ ନିଷ୍ଠାପର ଉଦ୍ୟମ । ପ୍ରତ୍ୟେକ ମା’ ଓ ଭଉଣୀଙ୍କର ମନକୁ ବୁଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପ୍ରତିଶ୍ରୁତିକୁ ପୂରଣ କରିବ ଏହି ଯୋଜନା। କୌଣସି ଯୋଗ୍ୟ ମହିଳା ଯେପରି ଏହି ଯୋଜନାରୁ ବାଦ୍ ନ ପଡ଼ତି ତାକୁ ପ୍ରାଥମିକତା ଦିଆଯିବ। ସେଥିପାଇଁ ଏହି ଯୋଜନାର ପ୍ରଥମ ସୋପାନରେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଜାଗମରା ଜଗନ୍ନାଥ ମନ୍ଦିର ଠାରୁ ରଥ ବାହାରିଲା। ଏହାର ସୁଫଳ ସମ୍ପର୍କରେ ସମଗ୍ର ନିର୍ବାଚନ ମଣ୍ଡଳୀରେ ମହିଳାମାନଙ୍କୁ ସଚେତନ କରିବ । ସମଗ୍ର ଏକାମ୍ର ନିର୍ବାଚନ ମଣ୍ଡଳୀର ଆର୍ଥିକ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ବିରାଟ ପରବର୍ତନ ଆଣିବ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ‘ସୁଭଦ୍ରା’ ରଥ ସାରା ଏକାମ୍ର ନିର୍ବାଚନ ମଣ୍ଡଳୀରେ ବୁଲିବ ବୋଲି ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ। ଆଜି ମଧ୍ୟାହ୍ନ ରେ ଜାଗମରା ଜଗନ୍ନାଥ ମନ୍ଦିର ଠାରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନଡ଼ିଆ ବାଡ଼େଇ, ପତାକା ଦେଖାଇ ରଥର ଶୁଭାରମ୍ଭ କରିବା ସହ ଉଦ୍‌ବୋଧନ ଦେଇ ବିଧାୟକ ଶ୍ରୀ ସିଂ ଏହା କହିଥିଲେ । ଆସନ୍ତା ୧୭ରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାରଶୁଭାରମ୍ଭ କରିବେ । ତା’ ପୂର୍ବରୁ ଯୋଜନା ସମ୍ପର୍କରେ ସଚେତନତା ବାଣ୍ଟିବାକୁ ଏକାମ୍ର ନିର୍ବାଚନ ମଣ୍ଡଳୀ ର ସମସ୍ତ ୱାର୍ଡ଼ ରେ ଗଡ଼ିଛି ‘ସୁଭଦ୍ରା’ ସଚେତନତା ରଥ। ଏ ରଥ ବୁଲିଲା ପରେ ଅନେକ ସମସ୍ୟାର ସମାଧାନ ହୋଇଯିବ । ଆମେ ସବୁବେଳେ କହୁଛୁ, ଶେଷ ହିତାଧିକାରୀ ସୁବିଧା ପାଇବା ପର୍ଯ୍ୟନ୍ତ ଏ କାର୍ଯ୍ୟକ୍ରମ ଚାଲିଥିବ। ସମସ୍ତଙ୍କୁ ଅନୁରୋଧ କରିବି ଧୈର୍ଯ୍ୟ ଧରନ୍ତୁ,ଅପେକ୍ଷା କରନ୍ତୁ । ତେଣୁ ରାତି ଅନିଦ୍ରା ହେବା, ଲମ୍ବା ଧାଡ଼ିରେ ଛିଡ଼ା ହେବାରୁ ନିବୃତ୍ତ ରହନ୍ତୁ। ବହୁତ ଶୀଘ୍ର ‘ସୁଭଦ୍ରା’ ସମସ୍ତଙ୍କ ପାଖରେ ଘରେ ଘରେ ପହଞ୍ଚିବ। ଆଜିର ଏହି କାର୍ଯ୍ୟକ୍ରମ ରେ ଜେଡିସି ମିନତି ପଣ୍ଡା,କର୍ପୋରେଟର ସୁଜାତା ଛୋଟରାୟ,ସ୍ଥାନୀୟ ଜନପ୍ରତିନିଧି ହିମାଂଶୁ ଛୋଟରାୟ, ସୁରେଶ ଦାସ,ଅମ୍ବିକା ସାମନ୍ତରାୟ ପ୍ରମୁଖ ସାମିଲ ହୋଇଥିଲେ।