‘କାକବନ୍ଧ୍ୟାର ଖୁସି’ ପୁସ୍ତକ ଉନ୍ମୋଚନ କଲେ ନବୀନ ପଟ୍ଟନାୟକ

ଗାଳ୍ପିକ ସରୋଜ ସାହୁଙ୍କ ଗଳ୍ପ ସଂକଳନ

ଭୁବନେଶ୍ୱର, ୨୧/୯: ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସଠାରେ ଗାଳ୍ପିକ ସରୋଜ ସାହୁଙ୍କ ଗଳ୍ପ ସଂକଳନ ‘କାକବନ୍ଧ୍ୟାର ଖୁସି’ର ଲୋକାର୍ପଣ କରିଛନ୍ତି। ପକ୍ଷୀଘର ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି ଗଳ୍ପ ସଂକଳନରେ ଷୋହଳଟି ଗଳ୍ପ ରହିଛି। ପ୍ରତ୍ୟେକ ଗଳ୍ପ ଭିନ୍ନ ସ୍ୱାଦର ଅଟେ। ପ୍ରତି ଗଳ୍ପରେ ସମସାମୟିକ ସମାଜର ସ୍ୱର ପ୍ରତିଫଳିତ ହୋଇଛି।