ବିଜେପି କୃଷକ ମୋର୍ଚ୍ଚା ତରଫରୁ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗାନ୍ଧୀ ଜୟନ୍ତୀ ଯାଏଁ ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୨/୦୯: ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିନ ସେପ୍ଟେମ୍ବର ୧୭ ତାରିଖଠାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ଦୀର୍ଘ ୧୫ ଦିନ ବ୍ୟାପୀ ବିଜେପି ପକ୍ଷରୁ ସେବା ପକ୍ଷ ପାଳନ ଅବସରରେ କୃଷକ ମୋର୍ଚ୍ଚା ତରଫରୁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଖଳାଗଡିଆ ଗ୍ରାମଠାରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଖଳାଗଡିଆ ଗ୍ରାମ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଶ୍ରୀ ସୁଧାଂଶୁ ଶେଖର ନାୟକ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶଙ୍କର୍ଷଣ ଜେନା, ବରିଷ୍ଠ ବିଜେପି ନେତା ଶ୍ରୀ ଭାସ୍କର ପାଢ଼ୀ, ପିତବାସ ଜେନା, ନରନ୍ତୋ ବେହେରା, ନବ କିଶୋର ବଳ, ମହେଶ୍ଵର ରାଉତ, ପ୍ରମୋଦ କୁମାର ରାଉତ, ଗଦାଧର ସେନାପତି, ମାଧବ ଚନ୍ଦ୍ର ବିଶ୍ଵାଳ, ରୋହିତ କୁମାର ଜେନା, ଭଗବାନ ଜେନା, ବିଷ୍ନୁ ମୋହନ ଧଳ, ରାଜ କିଶୋର ବେହେରା, ରମେଶ ଚନ୍ଦ୍ର ଗାହଣ, ରତିକାନ୍ତ ପାତ୍ର, ମଧୂସୁଦନ ପରିଡ଼ା, କିଶୋର କୁମାର ମହାନ୍ତି, ସୂର୍ଯ୍ୟକାନ୍ତ ଗାହାଣ, ହିମାଂଶୁ ଜେନା, କାଳନ୍ଦୀ ଜେନା, ରାମ ଚନ୍ଦ୍ର ଜେନା, କାର୍ତିକ ଗିରି, ବନମାଳୀ ଜେନାଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।