ଇରାନ: ମିଥେନ ଲିକ୍ ଯୋଗୁଁ କୋଇଲା ଖଣି ବିସ୍ଫୋରଣ

୩୦ ମୃତ,୧୭ ଆହତ

ଇରାନ, ୨୨/୦୯: ପୂର୍ବ ଇରାନର ଏକ କୋଇଲା ଖଣିରେ ମିଥେନ୍ ଲିକ୍ ଯୋଗୁଁ ବିସ୍ଫୋରଣ ଘଟି ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଅନ୍ୟ ୨୪ ଜଣ ଖଣି ଶ୍ରମିକ ଭିତରେ ଫସି ରହିଥିବା ଅନୁମାନ କରାଯାଉଛି।

ଶନିବାର ବିଳମ୍ବିତ ରାତିରେ ରାଜଧାନୀ ତେହେରାନଠାରୁ ପ୍ରାୟ ୫୪୦ କିଲୋମିଟର ଦକ୍ଷିଣ-ପୂର୍ବ ତବାସରେ ଥିବା ଏକ କୋଇଲା ଖଣିରେ ଏହି ଅଘଟଣ ଘଟିଛି। ବିସ୍ଫୋରଣ ସମୟରେ ସେଠାରେ ପ୍ରାୟ ୭୦ ଜଣ ଲୋକ କାମ କରୁଥିଲେ। ଇରାନର ନୂତନ ସଂସ୍କାରବାଦୀ ରାଷ୍ଟ୍ରପତି ମାସୁଦ ପେଜେଶକିଆନ କହିଛନ୍ତି ଯେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ସେ ସମସ୍ତ ପ୍ରକାର ପ୍ରୟାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।