କଟକ ରାବଣ ପୋଡି ଉପରେ ହାଇକୋର୍ଟଙ୍କ ରାୟ

ହେବନି ବାଣ ପ୍ରତିଯୋଗିତା

କଟକ, ୦୫/୧୦: ପରିବେଶ ଅନୁକୂଳ ଦଶହରା ପାଳିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ରାବଣ ପୋଡ଼ିରେ ହେବନି ବାଣ ପ୍ରତିଯୋଗିତା। କଟକରେ ରାବଣ ପୋଡି ସମୟରେ ବାଣ ପ୍ରତିଯୋଗିତା ନ କରିବାକୁ ଓଡ଼ିଶା ହାଇକୋର୍ଟ ରାୟ ଶୁଣାଇଛନ୍ତି।

ଗ୍ରୀନ ବାଣ ଫୁଟାଇବାକୁ ଆଡଭୋକେଟ କମିଟି ପ୍ରସ୍ତାବ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ପରିବେଶ ପ୍ରଦୂଷଣକୁ କମ୍ କରିବା ପାଇଁ ପ୍ରଦୂଷଣକାରୀ ଏବଂ ଶବ୍ଦଯୁକ୍ତ ବାଣ ବଦଳରେ ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଅକ୍ଟୋବର ୧୦ ସୁଦ୍ଧା ରାବଣ ପୋଡି ଉତ୍ସବ ପାଇଁ ବାଲିଯାତ୍ରା ପଡ଼ିଆ ପ୍ରସ୍ତୁତ କରିବାକୁ କଟକ ମହାନଗର ନିଗମ (ସିଏମସି) ଓ ସ୍ଥାନୀୟ ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କଟକ ଡିସିପିଙ୍କୁ ବେଆଇନ ପାର୍କିଂ ରୋକିବା, ଭିଡ଼ କମ୍ କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।