ଘୋଷଣା ହେଲା +୨ ପରୀକ୍ଷା ତାରିଖ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୫ ଯୁକ୍ତ ୨ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି।

ଦୁଇଟି ପର୍ଯ୍ୟାୟରେ ହେବ +୨ ପରୀକ୍ଷା

ଭୁବନେଶ୍ବର, ୦୫/୧୦: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୫ ଯୁକ୍ତ ୨ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସୂଚନା ଅନୁଯାୟୀ, ଇଣ୍ଟରନାଲ ଓ ମେନ୍ ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ। ୨୦୨୪ ଡିସେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଅଣ-ପ୍ରାକ୍ଟିକାଲ ବିଷୟର ଇଣ୍ଟରନାଲ ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା ବର୍ଷ ଜାନୁଆରୀ ୨ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବାର ସମ୍ଭାବନା ରହିଛି। ମେନ୍ ପରୀକ୍ଷା ଫେବ୍ରୁଆରି ୧୫ରୁ ମାର୍ଚ୍ଚ ୨୦ ମଧ୍ୟରେ ଅନୁଷ୍ଠିତ ହେବ। ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ସମସ୍ତ ବିଭାଗର ଫଳ ପ୍ରକାଶ ପାଇବ। ଥିଓରୀ ବିଷୟର ଇଣ୍ଟରନାଲ ପରୀକ୍ଷା ପରେ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ। ଇଣ୍ଟରନାଲ ପରୀକ୍ଷା ୨୦ ମାର୍କ ପାଇଁ ଅନୁଷ୍ଠିତ ହେବାକୁ ଥିବା ବେଳେ ବାକି ୮୦ ମାର୍କ ପାଇଁ ଛାତ୍ରଛାତ୍ରୀମାନେ ମେନ୍ ପରୀକ୍ଷା ଦେବେ। ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ହିଁ ଆଡମିଟ୍ କାର୍ଡ ପାଇବେ ବୋଲି ଶ୍ରୀ ପରିଡ଼ା କହିଛନ୍ତି।