ପ୍ରେମିକା ସହ ସ୍ୱାମୀ ରୋମାନ୍ସ କରୁଥିବା ବେଳେ ପହଞ୍ଚିଗଲେ ପତ୍ନୀ: ଉଭୟଙ୍କୁ ଉଲଗ୍ନ କରି ବୁଲାଇଲେ ଗାଁଦାଣ୍ଡ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆପତ୍ତିଜନକ ଅବସ୍ଥାରେ ଧରାପଡିଥିବା ପ୍ରେମୀଯୁଗଳଙ୍କୁ ଦଣ୍ଡ ଦେବାକୁ ଯାଇ ଆଇନକୁ ହାତମୁଠାକୁ ନେଲେ ଗ୍ରାମବାସୀ । ଉଭୟଙ୍କୁ ମାଡ଼ ମାରିବା ସହ ଉଲଗ୍ନ କରି ବୁଲାଇଲେ ଗାଁଦାଣ୍ଡ । ଏଭଳି ଏକ ଲଜ୍ଜାଜନକ ଘଟଣା ଛତିଶଗଡ଼ କୋଣ୍ଡଗ୍ରାମରୁ ସାମ୍ନାକୁ ଆସିଛି । ସେଠାରେ ଜଣେ ମହିଳା ନିଜ ସ୍ୱାମୀ ଓ ତା ପ୍ରେମିକାଙ୍କୁ ଉଲଗ୍ନ କରି ଗାଁଦାଣ୍ଡରେ ବୁଲାଇଥିବା ଜଣାପଡିଛି । ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିବା ପରେ ପୋଲିସ ପ୍ରଶାସନ ମଧ୍ୟ ତତ୍ପରତା ଦେଖାଇ ତଦନ୍ତ ଆରମ୍ଭ କରିଥିଲା ।

କୁହାଯାଉଛି କି, ଏହି ଭୟଙ୍କର କାମର ଭିଡିଓକୁ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା, ଯାହାକି କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, କୋଣ୍ଡଗ୍ରାମ ଜିଲ୍ଲାରେ ଜଣେ ମହିଳା ନିଜ ସ୍ୱାମୀ ଓ ତାଙ୍କ ପ୍ରେମିକାକୁ ଏକ ରୁମରୁ ଆପତ୍ତିଜନକ ପରିସ୍ଥିତିରେ ଧରିଥିଲେ । ଏହା ପରେ ମହିଳା ଜଣକ ଚିକ୍ରାର କରି ସେଠାରେ ଗାଁ ଲୋକଙ୍କୁ ଜମା କରିଥିଲେ । ଏହା ପରେ ଗାଁ ଲୋକମାନେ ଆଇନକୁ ହାତକୁ ନେଇ ପୁରୁଷ ଓ ତାଙ୍କ ପ୍ରେମିକାଙ୍କୁ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିଲେ ।

ଦଣ୍ଡସ୍ୱରୂପ ପ୍ରଥମେ ବିବାହିତ ପୁରୁଷ ଓ ତାଙ୍କ ପ୍ରେମିକାକୁ ନିର୍ଧୁମ ମାଡ଼ ମରାଯାଇଥିଲା । ଏହା ପରେ ତାଙ୍କୁ ଉଲଗ୍ନ କରି ଗାଁରେ ବୁଲାଯାଇଥିଲା । ଏହି ଘଟଣା ଶନିବାର ଦିନ ଘଟିଥିବା ଜଣାପଡିଛି, ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ପଦକ୍ଷେପ ନେଇଛି । ଘଟଣାରେ ଆଉ କିଛି ଜଣଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।