ରାଷ୍ଟ୍ରପତି ନିର୍ବାଚନରେ ମିଳିତ ପ୍ରାର୍ଥୀ ଦେବେ ବିରୋଧୀ: ଏପଟେ ନବୀନଙ୍କ ସହ କଥା ହେଲେ ରାଜନାଥ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୀତି ସକ୍ରିୟ ହୋଇପଡିଛି । ବିଜେପିକୁ ଟକ୍କର ଦେବା ପାଇଁ ବିରୋଧୀ ଏକଜୁଟ ହୋଇଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବିରୋଧୀ ଦଳ ବୈଠକ ଶେଷ ହୋଇଛି । ଏହି ବୈଠକରେ ବିରୋଧୀ ନେତା ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ମିଳିତ ଭାବରେ ଜଣେ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସୁଧୀନ୍ଦ୍ର କୁଲକର୍ଣ୍ଣୀ । ସେ କହିଛନ୍ତି ଯେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ଭାବେ ଜଣକୁ ପ୍ରାର୍ଥୀ କରିବାକୁ ସଂକଳ୍ପ ପାରିତ ହୋଇଛି । ଜଣେ ପ୍ରାର୍ଥୀ ଯିଏକି ପ୍ରକୃତରେ ସମ୍ବିଧାନର ସଂରକ୍ଷକ ଭାବେ କାମ କରିପାରିବେ ଏବଂ ମୋଦୀ ସରକାରଙ୍କୁ ଭାରତୀ ଗଣତନ୍ତ୍ର ଏବଂ ଭାରତର ସାମାଜିକ ପରମ୍ପରାକୁ କ୍ଷତି ପହଞ୍ଚାଇବାରୁ ରୋକିପାରିବ ।
ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜନାଥ ସିଂହ କଥା ହୋଇଥିବା ସୂତ୍ରରୁ ସୂଚନା ମିଳିଛି । YSRC ମୁଖ୍ୟ ଜଗନମୋହନ ରେଡ୍ଡିଙ୍କ ସହ ବି ଆଲୋଚନା କରିଥିବା ସୂଚନା ମିଳିଛି ।