ହୀରାକୁଦରେ ଖୋଲିଲା ଆଉ ୪ ଗେଟ୍‌

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ମୋଟ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପଟରେ ୨୦ଟି ଏବଂ ଡାହାଣ ପଟରେ ୮ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଚାଲିଛି ।

ତେବେ ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୬.୯୧ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୩୫ ହଜାର ୩୦୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୯ ହଜାର ୪୯୮ କ୍ୟୁସେକ ଜଳ ।

ଅନ୍ୟପଟେ ହୀରାକୁଦ୍‌ ଡ୍ୟାମ୍‌ରୁ ଏତେ ପରିମାଣରେ ଗେଟ୍‌ ଖୋଲାହେଲେ ଆଗକୁ ଛୋଟ ଧରଣ ବନ୍ୟା ହେବାର ଆଶଙ୍କା ରହିଛି ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ତାଙ୍କ ମତରେ , ଆମେ ସ୍ଥିତି ଉପରେ ନଜର ରଖିଛୁ । ଆଗୁଆ ପଦକ୍ଷେପ ନେଇ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲେ କରି ଆଲର୍ଟ ମୋଡ଼ରେ ରଖିଛି ।