ନର ରାକ୍ଷାସ ସାଜିଲା ବାପା

ଛୁରା ମାଡରେ ଝିଅକୁ ଗୁରୁତର, ପୁଅକୁ କୂଅରେ ବୁଡାଇ ହତ୍ୟା

ବୋଡ଼େନ, ୧୦/୧୦: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ବୋଇରଗାଁ ପଞ୍ଚାୟତ ଅନ୍ତର୍ଗତ କୁଟିଆପଡ଼ାରେ ପିଶାଚ ନର ରାକ୍ଷାସ ବାପାର ଜଘନ୍ୟ କାଣ୍ଡ। ୧୪ ମାସର ପୁଅକୁ କୁଅରେ ବୁଡାଇ ହତ୍ୟା କରିବା ସହ ୧୦ ବର୍ଷର ଝିଅର ଗଳା କାଟିବା ସହ ଶରୀରର ବିଭିନ୍ନ ଜାଗାରେ ଛୁରା ମାରି କ୍ଷତ ବିକ୍ଷତ କରି ଗୁରୁତର ଆହତ କରିଛି। ମିଳିଥିବା ସୂଚନା ଅନୁସାରେ, ନୂଆପଡା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କୁଟିଆ ପଡ଼ା ଗାଁରେ କିଶୋର ମାଝି ତାର ସ୍ତ୍ରୀ ଜୟନ୍ତୀ ମାଝୀ ଘରେ ନଥିବା ସମୟରେ ଔଷଧ ଦେଇ ଗାଁ ପାଖ କୂଅରେ ନିଜ ଶିଶୁପୁତ୍ରକୁ ବୁଡ଼ାଇ ମାରିବା ସହ ନିଜ ୧୦ବର୍ଷର ଝିଅର ତଣ୍ଟି କାଟି ମାରିଦେବାକୁ ଉଦ୍ୟମ କରିଥିଲା। ତେବେ ଏନେଇ ପଡିଶା ଜାଣିବା ପୂର୍ବରୁ ଘର ଆଗରେ ପୁଅର ମୃତଦେହ ରଖି ବାପା ଫେରାର୍ ମାରିଥିଲା। ପରେ ଗାଁ ଲୋକ ଘଟଣା ସମ୍ପର୍କରେ ଜାଣି ଝିଅ ଓ ପୁଅକୁ ବୋଡ଼େନ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବୋଡ଼େନ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପୁଅକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଅବସ୍ଥାର ଝିଅର ଚିକିତ୍ସା ଚଳାଇଛନ୍ତି। ବୋଡ଼େନ ପୁଲିସ ଘଟଣସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଏହା ଏକ ପାରିବାରିକ କଳହରୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ବୋଡ଼େନ ଆଇଆଇସି ଗୋବିନ୍ଦ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି।ଗତ କାଲି ଅଭିଯୁକ୍ତ କିଶୋର ମାଝିଙ୍କୁ ପୋଲିସ ଖୋଜି ନିଜ ଆୟତ୍ତରେ ଆଣିବା ସହିତ କୋର୍ଟ ଚାଲାଣ କରିଛି।