ପୂଜା ମଣ୍ଡପ ବୁଲିଲେ ନବୀନ

ମା’ ଦୁର୍ଗାଙ୍କ ଆଶୀର୍ବାଦ ନେଲେ

ଭୁବନେଶ୍ବର, ୧୧/୧୦: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି।

ଶ୍ରୀ ପଟ୍ଟନାୟକ ପ୍ରଥମେ ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିଥିଲେ। ରସୁଲଗଡ଼ର ପୂଜା କମିଟି ସଦସ୍ୟମାନେ ମଣ୍ଡପରେ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ।

ନବୀନ ପଟ୍ଟନାୟକ ମା’ ଦୁର୍ଗାଙ୍କ ଦର୍ଶନ କରି ଦେବୀଙ୍କ ଆଶୀର୍ବାଦ ଲୋଡ଼ିଥିଲେ। ରସୁଲଗଡ଼ରୁ ଶ୍ରୀ ପଟ୍ଟନାୟକ ସହିଦ ନଗର ଓ ବଡ଼ଗଡ଼ ପୂଜା ମଣ୍ଡପକୁ ଯାଇଥିଲେ।