ରାଜଧାନୀର ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ

ପୂଜା ମଣ୍ଡପ ଭଡା ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ବର, ୧୧/୧୦: ସାଧାରଣ ଲୋକଙ୍କ ଧାର୍ମିକ ଭାବନାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ। ବିଗତ କିଛି ବର୍ଷ ଧରି ଦାବି ହୋଇ ଆସୁଥିବା ରାଜ୍ୟର ଦୁର୍ଗା ମଣ୍ଡପ ପାଇଁ ବିଦ୍ୟୁତ ଶୁଳ୍କ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜଧାନୀ ଭୁବନେଶ୍ଵର ସହ ରାଜ୍ୟର ସମସ୍ତ ପୂଜା ମଣ୍ଡପ ପାଇଁ ଭଡା ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପୂଜା କମିଟି ମେମ୍ବରଙ୍କ ସହ ଶ୍ରଦ୍ଧାଳୁଙ୍କୁ ମଧ୍ୟ ଉତ୍ସାହିତ କରିବ ବୋଲି ମାଝୀ କହିଛନ୍ତି। ଏହି ଅବସରରେ ରାଜ୍ୟବାସୀଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଏତଦ୍ ବ୍ୟତୀତ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ କମିଟି ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ବରର ସୁନ୍ଦରପଦା, ଓଲ୍ଡ ଟାଉନ, ନୟାପଲ୍ଲୀ ଓ ବରମୁଣ୍ଡା ପୂଜା ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ କାମନା କରିଛନ୍ତି।