ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଘୋଷଣା

ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର, ୧୫/୧୦: ଆସନ୍ତା ଅକ୍ଟୋବର ୨୭ ତାରିଖରେ ଅନୁଷ୍ଠିତ ହେବ ଓଡିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା। ଏ ନେଇ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୫ଟି ଜୋନରେ ଓସିଏସ ପରୀକ୍ଷା ଅନୁଷ୍ଠିତ ହେବା ପାଇଁ ସ୍ଥାନ ଚୟନ କରାଯାଇଛି। ଭୁବନେଶ୍ବର, କଟକ, ବାଲେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ୨୭ ତାରିଖ ସକାଳ ୧୦ଟାରୁ ୧୨ଟା ଜେନେରାଲ ଷ୍ଟଡିଜ୍-୧ ପେପର ଓ ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍-୨ ପେପର ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ପେପରରେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀମାନଙ୍କୁ ଅଧିକ ୪୦ ମିନିଟ୍ ଲେଖାଏଁ ସମୟ ମିଳିବ। ଆଗକୁ ଓପିଏସସି ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେବ।