କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ହେବ ପ୍ରବଳ ଭିଡ

ଭିଡ ନିୟନ୍ତ୍ରଣ ପାଇଁ ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ

ପୁରୀ, ୧୬/୧୦: ପବିତ୍ର କାର୍ତ୍ତିକ ମାସରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭିଡ ନିୟନ୍ତ୍ରଣ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅକ୍ଟୋବର ୧୮ତାରିଖରୁ ନୂଆ ପ୍ରବେଶ ଓ ପ୍ରସ୍ଥାନ ନିୟମ ଲାଗୁ କରିଛି।

ନୂଆ ଯୋଜନା ଅନୁଯାୟୀ, ଅକ୍ଟୋବର ୧୮ତାରିଖରୁ କେବଳ ସିଂହଦ୍ୱାର ଓ ପଶ୍ଚିମଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ। ସିଂହଦ୍ୱାରକୁ ବ୍ୟତୀତ ଅନ୍ୟ ୩ଟି ଦ୍ୱାର ଦେଇ ପ୍ରସ୍ଥାନ କରି ପାରିବେ। ସିଂହଦ୍ୱାରରେ ପ୍ରସ୍ଥାନ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ ଏହି ସବୁ ନିୟମ ଶ୍ରୀମନ୍ଦିର ସେବକ ଏବଂ ସେବକ ପରିବାର ସଦସ୍ୟଙ୍କ ପରିବାର ପାଇଁ ପ୍ରଯୁଜ୍ୟ ନୁହେଁ।