ନବୀନ ପଟ୍ଟନାୟକଙ୍କ ୭୮ ତମ ଜୟନ୍ତୀ

ଶୁଭେଚ୍ଛା ଜଣାଇଲେ ଦଳୀୟ ନେତା, ବିଧାୟକ ଓ ସାଧାରଣ ଲୋକ

ଭୁବନେଶ୍ୱର, ୧୬/୧୦: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୭୮ ବର୍ଷ ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ଦଳୀୟ ନେତା ତଥା ସମାଜର ବିଭିନ୍ନ ବର୍ଗର ଲୋକ ଛାତ୍ରଛାତ୍ରୀ ନବୀନ ନିବାସକୁ ଯାଇ ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସ ବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଅରବିନ୍ଦ ମହାପାତ୍ର, ସୁନୀଲ ମହାନ୍ତି, ସୌଭିକ ବିଶ୍ୱାଳ, ରମେଶ ମାଝି, ଶ୍ରୀମୟୀ ମିଶ୍ର, ମନ୍ମଥ ରାଉତରାୟ, ସୁଧୀର ସାମଲ, ଲତିକା ପ୍ରଧାନ, ଲୋପାମୁଦ୍ରା ବକ୍ସିପାତ୍ର, ଭୃଗୁ ବକ୍ସିପାତ୍ର ପ୍ରମୁଖ ଦଳୀୟ ନେତୃବୃନ୍ଦ ଓ ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନର ସଭ୍ୟା ବିଏମସିର କର୍ପୋରେଟରମାନଙ୍କ ସମେତ ଛାତ୍ରଛାତ୍ରୀ ବୁଦ୍ଧିଜୀବୀ ଓ ସମାଜର ବିଭିନ୍ନ ବର୍ଗର ଲୋକ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଦୀର୍ଘ ଜୀବନ କାମନା କରିଥିଲେ।