୨୧ ଓ ୨୮ରେ ହେବ ଜନ ଅଭିଯୋଗ ଶୁଣାଣି

ଆଜିଠୁ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ବର, ୧୮/୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ତ୍ତମାନ ମୁମ୍ବାଇ ଗସ୍ତରେ ଥିବା ବେଳେ ମୁମ୍ବାଇରୁ ଫେରିବା ପରେ ଆସନ୍ତା ସପ୍ତାହରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଚଳିତ ମାସ ୨୧ ଓ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏଥି ପାଇଁ ଆଜି ଅର୍ଥାତ୍ ଅକ୍ଟୋବର ୧୮ରୁ ପଂଜୀକରଣ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଗତ ୧୪ ତାରିଖରେ କେନ୍ଦୁଝର ଗସ୍ତରେ ଥିବା ବେଳେ ସେଠାରେ ଲୋକଙ୍କ ଅଭିଯୋଗ ଶୁଣିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।