ଜଗତସିଂହପୁରରେ ବିଏନ୍ଏସର ଧାରା ୧୬୩ ଲାଗୁ

ଜିଲ୍ଲାପାଳ ଜେ ସୋନଲଙ୍କ ନିର୍ଦ୍ଦେଶ

ଜଗତସିଂହପୁର, ୨୩/୧୦: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବେଳାଭୂମି ଓ ଏରସମା ବ୍ଲକର ସିଆଳି ବେଳାଭୂମି ସମେତ ବିଭିନ୍ନ ନଦୀ ପଠାରେ ବୁଲିବା ପାଇଁ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ଜଗତସିଂହପୁର ଜିଲ୍ଲାପାଳ ଜେ ସୋନଲ ଜଗତସିଂହପୁରର ବିଭିନ୍ନ ବେଳାଭୂମି ଓ ନଦୀ ପଠାରେ ବିଏନ୍ଏସର ୧୬୩ ଧାରା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୬ ତାରିଖ ଯାଏଁ କଟକଣା ବଳବତ୍ତର ରହିବ। ବେଳାଭୂମି ସଂଲଗ୍ନ ରାସ୍ତାରେ କେହି ଯିବା ଆସିବା କରି ପାରିବେ ନାହିଁ। କୌଣସି ବ୍ୟକ୍ତି ଏହି କଟକଣା ଉଲ୍ଲଂଘନ କରୁଥିବା ନଜର ଆସିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।