ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ

ବାତ୍ୟା ପ୍ରଭାବିତ ସ୍ଥାନରେ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୪/୧୦: ଲୋକସଭା ଭବନରେ ବାତ୍ୟା ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଏସ୍ଆରସି ମଧ୍ୟ ଉପସ୍ଥିତ ଅଛନ୍ତି। ଭିଡ଼ିଓ କନଫରେନ୍ସିଂ ଜରିଆରେ ୧୪ଟି ଜିଲ୍ଲାର ଜିଲ୍ଲାପାଳ ମାନେ ଏହି ବୈଠକରେ ସାମିଲ ହୋଇଛନ୍ତି। ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଉପରେ ଆଲୋଚନା ହେଉଛି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଅସ୍ତରଙ୍ଗରେ ପହଞ୍ଚିଛନ୍ତି। ଅସ୍ତରଙ୍ଗରେ ବାତ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କେନ୍ଦ୍ରାପଡ଼ା ଗସ୍ତରେ ଅଛନ୍ତି। କେନ୍ଦ୍ରାପଡ଼ାରେ ବାତ୍ୟା ମୁକାବିଲା ସ୍ଥିତିର ତଦାରଖ କରିବେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ।