ବାଲେଶ୍ୱରକୁ ବସ୍ ଚଳାଚଳ ବନ୍ଦ

ଘରୋଇ ବସ ମାଲିକ ସଂଘର ଘୋଷଣା

ଭୁବନେଶ୍ବର, ୨୪/୧୦: ସାମୁଦ୍ରିକ ଝଡ଼ ‘ଦାନା’ ଉପକୂଳ ଆଡ଼କୁ ମୁହାଁଉଥିବା ବେଳେ ବାଲେଶ୍ୱରରୁ ଭୁବନେଶ୍ୱରକୁ ଘରୋଇ ବସ୍ ଚଳାଚଳ ବନ୍ଦ କରିବା ପାଇଁ ଘୋଷଣା କରିଛି ଘରୋଇ ବସ ମାଲିକ ସଂଘ। ବାତ୍ୟାକୁ ଦୃଷ୍ଟିରେ ରଖି ବାଲେଶ୍ୱର-ଭୁବନେଶ୍ଵର ଓ ବାଲେଶ୍ୱର-ଚନ୍ଦନେଶ୍ୱର ରୁଟରେ ଯାତ୍ରୀଙ୍କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ ସଂଘ ପକ୍ଷରୁ ସେବା ବନ୍ଦ ରଖାଯାଇଛି। ବାତ୍ୟା ଅତିକ୍ରମ କରିବା ପରେ ସେବା ଆରମ୍ଭ କରିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ବାତ୍ୟା ଯୋଗୁଁ ଓଡ଼ିଶାରେ ବିମାନ ଓ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଥିଲା।