ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ପାଇଁ କ’ଣ ରହିଛି ଯୋଗ୍ୟତା ମାନଦଣ୍ଡ ଦେଖନ୍ତୁ
ପିଏମ-ଜେଏୱାଇ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ବିଷୟରେ ଜାଣନ୍ତୁ
ଭୁବନେଶ୍ବର, ୨୯/୧୦: ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ-ଜେଏୱାଇ)ର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ।
ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ ସ୍ୱାସ୍ଥ୍ୟ କାର୍ଡ ରହିବ। ବର୍ଷ ଶେଷ ସୁଦ୍ଧା ଏହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ। ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀ ବର୍ତ୍ତମାନ ଏହାର ଡିଜିଟାଲ କାର୍ଡ ୱେବସାଇଟରୁ ଡାଉନଲୋଡ୍ କରିପାରିବେ। ଯାହାକି ଏକ ଡିଜିଟାଲ ସ୍ୱାସ୍ଥ୍ୟ କାର୍ଡ ହେବ। ଏହି ଡିଜିଟାଲ କାର୍ଡକୁ ଦେଖାଇ ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇ ପାରିବେ। ଆୟୁଷ୍ମାନ ଯୋଜନାରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବରିଷ୍ଠଙ୍କୁ ମଧ୍ୟ ସାମିଲ କରାଯାଇଛି। ଆର୍ଥିକ ଅନଗ୍ରସରମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହା ଏକ ଫ୍ଲାଗସିପ୍ ଯୋଜନା। ପୂର୍ବରୁ ଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ନାମ ପରିବର୍ତ୍ତନ କରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହୋଇଛି।
ଯୋଗ୍ୟତା ମାନଦଣ୍ଡ:
• ଓଡ଼ିଶାର ସ୍ଥାୟୀ ବାସିନ୍ଦା ହେବା ଜରୁରୀ
• ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଆବଶ୍ୟକ
ଫାଇଦା:
• ୫ ଲକ୍ଷ ଟଙ୍କା (ଗ୍ରାମୀଣ) ଏବଂ ୬ ଲକ୍ଷ ଟଙ୍କା (ସହରାଞ୍ଚଳ) ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା
• ଚିକିତ୍ସା ସୁବିଧା ପାଇଁ ଓଡ଼ିଶା ଭିତରେ ଓ ବାହାରେ ନିର୍ଦ୍ଦିଷ୍ଟ ଡାକ୍ତରଖାନା
• ଓଡ଼ିଶାର ପ୍ରାୟ ୯୦% ଲୋକ ଉପକୃତ ହେବେ ବୋଲି ଆଶା କରାଯାଉଛି
ଆବଶ୍ୟକୀୟ ଦସ୍ତାବିଜ:
• ଆଧାର କାର୍ଡ
• ବିପିଏଲ୍ କାର୍ଡ଼
• ମୋବାଇଲ ନମ୍ବର
• ବିଦ୍ୟୁତ ବିଲ୍
• ଠିକଣା ପ୍ରମାଣ
• ପାନ୍ କାର୍ଡ
• ରାସନ କାର୍ଡ