ନଭେମ୍ବର ୨୬ରୁ ଶୀତକାଳୀନ ଅଧିବେଶନ ଆରମ୍ଭ

ରହିବ ୩୦ଟି କାର୍ଯ୍ୟଦିବସ

ଭୁବନେଶ୍ବର, ୩୦/୧୦: ଆସନ୍ତା ନଭେମ୍ବର ୨୬ତାରିଖରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ବିଧାନସଭା ସଚିବଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିବ। ଶୀତକାଳୀନ ଅଧିବେଶନରେ ଗୃହ ସୁରୁଖୁରୁରେ ପରିଚାଳନା ପାଇଁ ଖୁବଶୀଘ୍ର ସର୍ବଦଳୀୟ ବୈଠକ ଡକାଯିବ।