ଧକ୍କା ଦେଲା ମୋ ବସ୍: ଯୁବତୀ ହରାଇଲେ ହାତ

ଘଟଣାସ୍ଥଳରେ ଚାପା ଉତ୍ତେଜନା

ଭୁବନେଶ୍ବର, ୦୨/୧୧: ଆଜି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ‘ମୋ ବସ୍’ ଧକ୍କାରେ ଜଣେ ଯୁବତୀଙ୍କ ବାମ ହାତ କଟି ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ‘ମୋ ବସ୍’ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବାର ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି। ତେବେ ଦୁର୍ଘଟଣା ଘଟିବା ପରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଗୁରୁତର ଯୁବତୀଙ୍କୁ ସ୍ଥାୟୀ ଚାକିରି ଯୋଗାଇ ଦେବା ଏବଂ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରି ଅଡି ବସିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ଏହି ଘଟଣାକୁ ୩ ଘଣ୍ଟା ବିତି ଯାଇଥିଲେ ମଧ୍ୟ କ୍ରୁଟ କିମ୍ବା ବିଭାଗ ପକ୍ଷରୁ କୌଣସି ଅଧିକାରୀ କେହି ଦେଖା ନଥିବା ବେଳେ ସ୍ଥାନୀୟ ଲୋକେ ମୋ ବସକୁ ଅଟକାଇ ରଖିଛନ୍ତି। ଏ ନେଇ ଜୟଦେବ ବିହାରରୁ ଚନ୍ଦ୍ରଶେଖରପୁର ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉତ୍ତ୍ୟକ୍ତ ଲୋକେ ଏହି ରାସ୍ତା ଦେଇ ଯିବାକୁ ମୋ ବସକୁ ଅନୁମତି ନଦେବାରୁ ୧୫ଟି ମୋ ବସ୍ ରାସ୍ତା ମଝିରେ ଅଟକି ରହିଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଆଇଆରବି ଯବାନଙ୍କୁ ମୁତୟନ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରୁଛି।