ଭୁବନେଶ୍ବର, ୦୨/୧୧: ଆଜିଠୁ ୯ ତାରିଖ ଯାଏଁ ସାତ ଦିନିଆ ଲଣ୍ଡନ ଗସ୍ତରେ ବାହାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିଶ୍ୱ ପର୍ଯ୍ୟଟନ କନକ୍ଲେଭରେ ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଓଡ଼ିଶାରେ ଦିନକୁ ଦିନ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କୁ ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମ ମାଧ୍ୟମରେ ଆକୃଷ୍ଟ କରିବେ। ‘ଚଲୋ ଅପନା ଦେଶ’ ସ୍ଲୋଗାନ ଆଧାରରେ ଓଡିଶାକୁ ପ୍ରବାସୀ ଓଡିଆଙ୍କୁ ଆସିବା ପାଇଁ ଆହ୍ୱାନ କରିବେ। ଏହା ଦ୍ୱାରା ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶକୁ ଗୁରୁତ୍ବ ଦିଆଯିବ ବୋଲି ଆଶା ପ୍ରକାଶ କରାଯାଉଛି।
Prev Post