ସୁନ୍ଦରଗଡ଼, ୦୨/୧୧: ସୁନ୍ଦରଗଡ଼ରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୁନ୍ଦରଗଡ଼ ହେମଗିରି ଥାନା ଗଏକନପାଲି ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୫ ଜଣ ଆହତ ହୋଇଛନ୍ତି। ଗତ କାଲି ରାତିରେ ସଂର୍କୀତ୍ତନ ସାରି ହେମଗିରି ଥାନା କନ୍ଦାଧୁଡ଼ାକୁ ଫେରୁଥିବା ବେଳେ ଏକ ଟ୍ରଲରକୁ ଏକ ଟାଟା ମାଜିକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। କ୍ଷତିପୁରଣ ଦାବିନେଇ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ।
ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଏହି ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ହୋଇଥିବା ଖବର ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏଭଳି ଦୁଃଖଦ ସମୟକୁ ସାମନା କରିବା ପାଇଁ ଉକ୍ତ ପରିବାରକୁ ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।