ମହେଶ ଖିଞ୍ଚି ଦିଲ୍ଲୀର ନୂଆ ମେୟର

ଆପ କାଉନସିଲର ମହେଶ ଖିଞ୍ଚି ହେଲେ ଦିଲ୍ଲୀର ପ୍ରଥମ ଦଳିତ ମେୟର।

୩ ଖଣ୍ଡ ଭୋଟରେ ହାରିଲେ ବିଜେପିର କିଶନ ଲାଲ

ନୂଆଦିଲ୍ଲୀ, ୧୪/୧୧: ଆମ୍ ଆଦମୀ ପାର୍ଟି (ଆପ୍)ର କାଉନସିଲର ମହେଶ ଖିଞ୍ଚି ଗୁରୁବାର ବିଜେପିର କିଶନ ଲାଲଙ୍କୁ ପରାସ୍ତ କରି ଦିଲ୍ଲୀର ପ୍ରଥମ ଦଳିତ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଖିଞ୍ଚିଙ୍କୁ ୧୩୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଲାଲଙ୍କୁ ୧୩୦ ଖଣ୍ଡ ଭୋଟ୍ ମିଳିଥିଲା।

ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ଆପ୍ ଦ୍ୱାରା ପ୍ରାର୍ଥୀ ହୋଇଥିବା ଦଳିତ ପ୍ରାର୍ଥୀ ମହେଶ ଖିଞ୍ଚି ଭାରତୀୟ ଜନତା ପାର୍ଟି (ବିଜେପି)ର କିଶନ ଲାଲଙ୍କୁ ୩ ଟି ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଦୁଇଟି ଭୋଟ୍ ଅବୈଧ ଘୋଷଣା କରାଯାଇଥିଲା।

କଂଗ୍ରେସର ୮ ଜଣ କାଉନସିଲର ମତଦାନ ପ୍ରକ୍ରିୟାରେ ଭାଗ ନେଇନଥିଲେ। ଡେପୁଟି ମେୟର ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି।