କଟକ, ୧୬/୧୧: ଖୁବ୍ ଶୀଘ୍ର କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ସଫଳତା ଯୋଡିବାକୁ ଯାଉଛି। ଖୁବଶୀଘ୍ର ଏସସିବିରେ ହୃତପିଣ୍ଡ ପ୍ରତିରୋପଣ କରିବାକୁ ଚାହୁଁଛି। ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଏହି ଘୋଷଣା କରିଛନ୍ତି।
ଚେନ୍ନାଇର ଏମଜିଏମ ହସ୍ପିଟାଲ ସହାୟତାରେ ଏସସିବି ମେଡିକାଲରେ ହୃତପିଣ୍ଡ ପ୍ରତିରୋପଣ ଆରମ୍ଭ ହେବ। ଏସସିବି ହସ୍ପିଟାଲରେ ସିଟିଭିଏସ୍ (କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ) ଓପିଡି (ବହିର୍ରୋଗ ବିଭାଗ)ର ଉଦଘାଟନ କରିବା ଅବସରରେ ହୃତପିଣ୍ଡ ପ୍ରତିରୋପଣ ପାଇଁ ଆବଶ୍ୟକ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି।
ସିଟିଭିଏସ୍ ଓପିଡିରେ ରୋଗୀଙ୍କ ସ୍କ୍ରିନିଂ କରାଯିବ ଏବଂ ହୃଦ୍ ପ୍ରତିରୋପଣ ଆବଶ୍ୟକ କରୁଥିବା ରୋଗୀଙ୍କୁ ଚିହ୍ନଟ କରାଯିବ। ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ହୃତପିଣ୍ଡ ପ୍ରତିରୋପଣ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।