କଟକ, ୧୯/୧୧: ଆଜି ଐତିହାସିକ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଐତିହାସିକ ବାଲିଯାତ୍ରାର ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। ନଭେମ୍ବର ୧୫ରୁ କାର୍ତ୍ତିକ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିବା ଏହି ୮ ଦିନିଆ ମହୋତ୍ସବ ୯ ଦିନରେ ଶେଷ ହେବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଏକ୍ସ’ ହ୍ୟାଣ୍ଡେଲରେ ଏ ନେଇ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନଭେମ୍ବର ୧୫ ତାରିଖରେ ବାଲିଯାତ୍ରାର ଉଦଘାଟନ କରିଥିଲେ। ଏହା ନଭେମ୍ବର ୨୨ରେ ଶେଷ ହେବାର ଥିଲା। ଏବେ ଏହା ୨୩ରେ ଶେଷ ହେବ।
Prev Post