ଅବସର ଗ୍ରହଣ ଦିନ ସମ୍ପୂର୍ଣ୍ଣ ପେନସନ ଦେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ସବୁ ବିଭାଗକୁ ଚିଠି

ଭୁବନେଶ୍ୱର, ୨୩/୧୧: ଓଡ଼ିଶାର ସମସ୍ତ ସରକାରୀ ବିଭାଗକୁ ସମସ୍ତ ପାହ୍ୟାର କର୍ମଚାରୀଙ୍କୁ ଅବସର ଦିନ ହିଁ ସମ୍ପୂର୍ଣ୍ଣ ପେନସନ୍ ପ୍ରଦାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା।

୨୦୧୯ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପୂର୍ବରୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ନିବାରଣ ବିଭାଗକୁ ବ୍ୟତୀତ ଅନ୍ୟ ବିଭାଗ ଏହି ନିୟମକୁ ମାନୁ ନଥିଲା। ତେବେ ମୁଖ୍ୟ ଶାସନ ସଚିବ ଏ ନେଇ ଉଦବେଗ ପ୍ରକାଶ କରି ଓଡ଼ିଶା ସିଭିଲ ସର୍ଭିସ ପେନସନ ନିୟମ ୧୯୯୨ ଅନୁଯାୟୀ ସମସ୍ତ କର୍ମଚାରୀଙ୍କୁ ପେନସନର ସମ୍ପୂର୍ଣ୍ଣ ଦେୟ ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।