ଭୁବନେଶ୍ୱର, ୨୪/୧୧: ସରକାରୀ କ୍ୱାର୍ଟରକୁ ଭଡ଼ାରେ ଲଗାଇଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ସରକାରୀ କ୍ୱାର୍ଟରକୁ ଭଡ଼ାରେ ଲଗାଇଥିଲେ ଆଲର୍ଟମେଣ୍ଟ ହୋଇଥିବା ବ୍ୟକ୍ତି ଓ ଭଡ଼ା ରହିଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବେ ଓ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ଅନେକ ସ୍ଥାନରେ ସରକାରୀ କ୍ୱାର୍ଟରଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ସାଧାରଣ ଲୋକେ ବି ମାଡ଼ି ବସିଛନ୍ତି। ଏହା ଉପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ତାଲିକା ପ୍ରସ୍ତୁତି ହେବା ସହ ଏଭଳି ହେଉଥିବା ସ୍ଥାନରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।