ନୂଆଦିଲ୍ଲୀ, ୨୪/୧୧: ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ‘ଓଡ଼ିଶା ପର୍ବ ୨୦୨୪’ କାର୍ଯ୍ୟକ୍ରମରେ ଯୋଗଦେବା ସହ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, “ଆଜି ସନ୍ଧ୍ୟା ସାଢ଼େ ୫ଟାରେ ମୁଁ ଓଡ଼ିଶାର ଇତିହାସ ଓ ସଂସ୍କୃତିକୁ ନେଇ ପାଳନ ହେଉଥିବା କାର୍ଯ୍ୟକ୍ରମ ‘ଓଡ଼ିଶା ପର୍ବ ୨୦୨୪’ରେ ଯୋଗ ଦେବାକୁ ଯାଉଛି।
ନୂଆଦିଲ୍ଲୀସ୍ଥିତ ଏକ ଟ୍ରଷ୍ଟ ଓଡିଆ ସମାଜ ପକ୍ଷରୁ ଆୟୋଜିତ ଏହି ତିନି ଦିନିଆ କାର୍ଯ୍ୟକ୍ରମ ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ସମର୍ପିତ ଏହି ‘ଓଡ଼ିଶା ପର୍ବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।