ପଞ୍ଜାବର‌ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ଆକ୍ରମଣ

ଗୁଳି ଚଳାଇଲା ବାବର ଖାଲସା ଆତଙ୍କବାଦ ଗୋଷ୍ଠୀର ପୂର୍ବତନ ଆତଙ୍କୀ

ଅମୃତସର, ୦୪/୧୨: ପଞ୍ଜାବର ଅମୃତସରର ସ୍ୱର୍ଣ୍ଣ ମନ୍ଦିରର ପ୍ରବେଶ ଦ୍ୱାରରେ ଘଟିଛି ବଡ଼ ଧରଣର ଅଘଟଣ। ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିଚାଳନା କରିଛି ଜଣେ ପୂର୍ବତନ ଆତଙ୍କବାଦୀ। ବାବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ଆତଙ୍କବାଦ ଗୋଷ୍ଠୀର ପୂର୍ବତନ ଆତଙ୍କବାଦୀ ଗୁଳି ଚଳାଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ନାରାୟଣ ସିଂହ ଚୌରା ନାମକ ଏହି ଗୁଳିଚାଳକଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ତେବେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁଖବୀର ସିଂହ ବାଦଲ। ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ପଥରେ ଗାର୍ଡ ଭାବେ କାର୍ଯ୍ୟ କରୁଥିବା ସୁଖବୀର ବାଦଲ ସୁରକ୍ଷିତ ଅଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଚୌରା ୧୯୮୪ ମସିହାରେ ପାକିସ୍ତାନ ପ୍ରବେଶ କରିଥିଲା ଏବଂ ପଞ୍ଜାବକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଚୋରା ଚାଲାଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।