ଆରବିଆଇକୁ ଋଷୀୟ ଭାଷାରେ ବୋମା ଧମକ

ଗତ ମାସରେ ଆରବିଆଇ କଷ୍ଟମର କେୟାର ସେଣ୍ଟରକୁ ଆସିଥିଲା ଧମକ

ମୁମ୍ବାଇ, ୧୩/୧୨: ମୁମ୍ବାଇସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଶୁକ୍ରବାର ଏକ ବୋମା ଧମକପୂର୍ଣ୍ଣ ଇମେଲ୍ ମିଳିଛି। ଆରବିଆଇର ଅଫିସିଆଲ ୱେବସାଇଟକୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଏହି ଇମେଲ୍ ରୁଷୀୟ ଭାଷାରେ ଥିଲା, ବ୍ୟାଙ୍କକୁ ଉଡ଼ାଇ ଦେବାକୁ ଚେତାବନୀ ଦିଆଯାଇଥିଲା। ମାତା ରମାବାଇ ମାର୍ଗ (ଏମ୍ ଆର୍ ଏ ମାର୍ଗ) ଥାନାରେ ଜଣେ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ମୁମ୍ବାଇ ପୁଲିସର ଜୋନ୍ ୧ ଡିସିପି କହିଛନ୍ତି। ବୋମା ଧମକ ଘଟଣାରେ ପୁଲିସ ଜଣେ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗତ ମାସରେ ଆରବିଆଇର କଷ୍ଟମର କେୟାର ସେଣ୍ଟରକୁ ଧମକପୂର୍ଣ୍ଣ ମେଲ ଆସିଥିଲା। ଏହା ପରେ ତଦନ୍ତ ଆରମ୍ଭ କରାଯାଇଥିଲା। ଅଭିଯୁକ୍ତ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଇବାର ବୋଲି ଜଣା ପଡ଼ିଥିଲା।