ନୂଆଦିଲ୍ଲୀ, ୧୪/୧୨: କିଛି ଦିନର ନିରବତା ପରେ ଆଜି ପୁଣି ଦିଲ୍ଲୀ ଚଲୋ ମାର୍ଚ୍ଚ ଆରମ୍ଭ କରିଛନ୍ତି ଚାଷୀ। ବିଭିନ୍ନ ଦାବି ନେଇ ସରକାରଙ୍କୁ ଅନୁରୋଧ କରିବା ପାଇଁ କୃଷକମାନେ ଶନିବାର ଠାରୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି।
କୃଷକମାନେ ପତାକା ଧରି ଥିବା ବେଳେ ପୁଲିସ ସେମାନଙ୍କ ଉପରକୁ ପାଣି ସ୍ପ୍ରେ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିବା ଦେଖିବାକୁ ମିଳିଥିଲା। ଅମ୍ବାଲାର ପୁଲିସ ଅଧୀକ୍ଷକ କୃଷକମାନଙ୍କୁ ଦିଲ୍ଲୀ ଯିବା ପୂର୍ବରୁ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ କହିଥିଲେ।
କଂଗ୍ରେସ ନେତା ବଜରଙ୍ଗ ପୁନିଆ ସରକାରଙ୍କ ଦ୍ୱିମୁଖୀ ଆଚରଣକୁ ସମାଲୋଚନା କରିବା ସହ କୃଷକଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛନ୍ତି।