ନୂଆଦିଲ୍ଲୀ, ୧୮/୧୨: ସ୍ୱାସ୍ଥ୍ୟ କ୍ଷେତ୍ରରେ ଋଷର ବଡ଼ ଉପଲବ୍ଧି। କ୍ୟାନସର ପାଇଁ ଭ୍ୟାକ୍ସିନ ଆଣିଲା ଋଷ। କ୍ୟାନସର ବିରୋଧରେ ଭ୍ୟାକ୍ସିନ ପ୍ରସ୍ତୁତ ବୋଲି ଦାବି କରିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। କ୍ୟାନସର ପାଇଁ ଏମ୍ଆରଏନଏ ଭ୍ୟାକ୍ସିନ ପ୍ରସ୍ତୁତ ହୋଇଛି ଏବଂ ୨୦୨୫ରୁ ଦେଶର ନାଗରିକଙ୍କୁ ମାଗଣାରେ ବଣ୍ଟନ କରାଯିବ ବୋଲି ରୁଷସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓ ମେଡିକାଲ ରିସର୍ଚ୍ଚ ସେଣ୍ଟରର ସାଧାରଣ ନିର୍ଦ୍ଦେଶକ ଆଣ୍ଡ୍ରେ କାପ୍ରିନ କହିଛନ୍ତି।
ଏମ୍ଆରଏନଏ ମଣିଷ ଶରୀରର ଜେନେଟିକ୍ କୋଡ଼ ର ଏକ ସୂକ୍ଷ୍ମ ଅଂଶ। ଯାହା ମଣିଷ ଶରୀରର କୋଷିକାରେ ପ୍ରୋଟିନ ପ୍ରସ୍ତୁତ କରିଥାଏ। ଏଥିରୁ ଶରୀରକୁ ମିଳୁଥିବା ପ୍ରୋଟିନରୁ ରୋଗ ପରିଣତ ହୋଇଥାଏ। ଏହି ପଦ୍ଧତିରେ ଏମ୍ଆରଏନଏ ଭ୍ୟାକ୍ସିନ ପ୍ରସ୍ତୁତ କରି କ୍ୟାନସର ର ମୂଳୋତ୍ପାଟନ କରାଯାଇ ପାରିବ ବୋଲି ଋଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।