ଭୁବନେଶ୍ୱର, ୩୧/୧୨: ଆଜି ବି ଓଡ଼ିଶାରେ ଅଛି ନବୀନଙ୍କ କ୍ରେଜ। ନବୀନ ଯାଇଥିଲେ ଉଜୁଡା ଚାଷ ଜମି ଦେଖିବାକୁ। ହେଲେ ତାଙ୍କୁ ଦେଖିବାକୁ ଭିଡ଼ ଜମାଇଛନ୍ତି ଜନ ସମୁଦ୍ର। କ୍ଷତିଗ୍ରସ୍ତ ଚାଷୀ ନିଜର ଉଜୁଡା ଚାଷକୁ ନବୀନଙ୍କୁ ଦେଖାଇ ନିଜ ଦୁଃଖ ଜଣାଇବା ପାଇଁ ଅପେକ୍ଷା କରି ରହିଥିବା ବେଳେ ନବୀନଙ୍କୁ ପାଖରେ ପାଇ ବେଶ ଉତ୍ସାହିତ ଥିଲେ ଚାଷୀଙ୍କ ସମେତ ବହୁ ଲୋକ। ନିଜ ପ୍ରିୟ ନେତାଙ୍କୁ ପାଖରେ ପାଇ ଖୁସିରେ ଆତ୍ମବିଭୋର ହୋଇଥିଲେ ଲୋକେ। ଅଦିନିଆ ବର୍ଷାରେ ଉଜୁଡି ଯାଇଥିବା ଚାଷ ଜମିକୁ ବୁଲି ଦେଖିବା ପାଇଁ ବିଭିନ୍ନ ଜିଲ୍ଲା ଗସ୍ତରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପ୍ରଥମେ ପୁରୀ ଜିଲ୍ଲାର ଗସ୍ତ କରିବା ପରେ ଜଗତସିଂହପୁର ଜିଲ୍ଲା ଗସ୍ତ କରିଥିଲେ ନବୀନ। ସେଠାରେ ନବୀନଙ୍କୁ ଭେଟିବା ପାଇଁ ଶହ ଶହ ଚାଷୀ ଅପେକ୍ଷା କରିଥିବା ବେଳେ ନବୀନଙ୍କ ଝଲକ ଦେଖିବା ପାଇଁ ହଜାର ହଜାର ଲୋକେ ଏକାଠି ହୋଇଥିଲେ। ଶାସନରେ ଥାଆନ୍ତୁ କି ନ ଥାଆନ୍ତୁ, କିନ୍ତୁ ଆଜି ବି ଲୋକେ ନବୀନଙ୍କୁ ଦେଖି ତାଙ୍କ ନେତା ତାଙ୍କ ପାଖରେ ଆସି ପହଞ୍ଚିଗଲେ ଭାବି ଭାବ ବିହ୍ୱଳ ହୋଇ ଯାଇଥିଲେ।
Prev Post
Next Post