ଭୁବନେଶ୍ୱର, ୦୧/୦୧: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି। ଦିନ ୨ଟାରେ ଓଡ଼ିଶାରେ ପହଞ୍ଚି ସନ୍ଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଆସନ୍ତା ୩ ତାରିଖରେ ଶପଥ ଗ୍ରହଣ ଉତ୍ସବ ରହିଛି। ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେବେ ଡ. ହରିବାବୁ କମ୍ଭମପତି।
ସୂଚନାଯୋଗ୍ୟ, ରଘୁବର ଦାସଙ୍କ ଇସ୍ତଫା ପରେ ଗତ ଡିସେମ୍ବର ୨୭ ତାରିଖରେ ଡ. ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ଡ. କାମଭାପତି ମିଜୋରାମର ରାଜ୍ୟପାଳ ଥିଲେ।