ଭୁବନେଶ୍ୱର, ୦୩/୦୧: ଓଡ଼ିଶା ଓ ଛତିଶଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା। ଓଡ଼ିଶା-ଛତିଶଗଡ ସୀମାରେ ସୁରକ୍ଷାବାହିନୀର ମିଳିତ ଅପରେସନରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି।
ଗତ କାଲି ମଧ୍ୟରାତ୍ରିରୁ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗାରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଏସଓଜିର ଅପରେସନ ବେଳେ ସୁରକ୍ଷାବାହିନୀଙ୍କ ଗୁଳିରେ ଟଳି ପଡ଼ିଛନ୍ତି ୩ ହାର୍ଡକୋର ମାଓବାଦୀ। ଓଡ଼ିଶାର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି), ଛତିଶଗଡ଼ ସ୍ପେଶାଲ ଫୋର୍ସ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଦ୍ୱାରା ଏହି ମିଳିତ ଅପରେସନ ଚାଲିଥିଲା। ଘଟଣାସ୍ଥଳରୁ ୩ ଜଣ ମାଓବାଦୀଙ୍କ ମୃତଦେହ ବ୍ୟତୀତ ବିଭିନ୍ନ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ତେବେ ଏ ପର୍ଯ୍ୟନ୍ତ ମଧ୍ୟ ଗୁଳି ବିନିମୟ ଜାରି ରହିଛି।