ଖୋ ଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତର ଐତିହାସିକ ବିଜୟ

ବିଶ୍ୱକପ୍ ଫାଇନାଲରେ ନେପାଳକୁ ୭୮-୪୦ରେ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ।

ଶୁଭେଚ୍ଛା ଜଣାଇଲେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ନୂଆଦିଲ୍ଲୀ, ୧୯/୦୧: ଭାରତର ଐତିହାସିକ ବିଜୟ। ପ୍ରଥମ ଖୋ ଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ବାଜି ମାରି ନେଲା ଭାରତ। ମହିଳା ଖୋ ଖୋ ବିଶ୍ୱକପ୍ ୨୦୨୫ ଫାଇନାଲରେ ନେପାଳକୁ ୭୮-୪୦ରେ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ।

ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳର ଦମଦାର ପ୍ରଦର୍ଶନ କରିଥିଲା। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ନେପାଳକୁ ପରାସ୍ତ କରି ଐତିହାସିକ ଟାଇଟଲ ହାସଲ କରିଛି।

ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ଖୋଖୋ ଦଳର ଐତିହାସିକ ବିଜୟ ପରେ ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭାରତୀୟ ମହିଳା ଖୋଖୋ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଭାତୀୟ ମହିଳା ଖୋଖୋ ଦଳର ସମସ୍ତ କ୍ରୀଡ଼ାବିତମାନେ ବିଶ୍ୱ ମଞ୍ଚରେ ଆମ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି । ଆଜିର ଏହି ଐତିହାସିକ ବିଜୟ ଦେଶର ଲକ୍ଷଲକ୍ଷ ଯୁବ ମହିଳା କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ନିଜର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ପ୍ରଦାନ କରିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।