ଇସ୍ରାଏଲର ୪ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ
ଷଷ୍ଠ ଦିନରେ ପହଞ୍ଚିଛି ଇସ୍ରାଏଲ ଓ ହମାସର ଯୁଦ୍ଧବିରତି।
ପାଲେଷ୍ଟାଇନର ୨୦୦ ବନ୍ଧକଙ୍କୁ ମୁକ୍ତ କଲା ଇସ୍ରାଏଲ
ଇସ୍ରାଏଲ, ୨୫/୦୧: ଆଜି ଷଷ୍ଠ ଦିନରେ ପହଞ୍ଚିଛି ଇସ୍ରାଏଲ ଓ ହମାସର ଯୁଦ୍ଧବିରତି। ଗାଜାରେ ଯୁଦ୍ଧବିରତି ଚୁକ୍ତି ଅନୁଯାୟୀ ହମାସ ଶନିବାର ୪ ଜଣ ମହିଳା ଇସ୍ରାଏଲ ସୈନିକଙ୍କୁ ଅନ୍ତର୍ଜାତୀୟ ରେଡ୍ କ୍ରସ୍ (ଆଇସିଆରସି)କୁ ହସ୍ତାନ୍ତର କରିଛି। ୪୭୭ ଦିନ ପରେ ମହିଳା ସୈନିକ କାରିନା ଆରିଭ୍, ଡାନିଏଲା ଗିଲବୋଆ, ନାମା ଲେଭି ଓ ଲିରି ଅଲବାଗଙ୍କୁ ମୁକ୍ତ କରିଛି ହମାସ। ସେମାନେ ସାମରିକ ଶୈଳୀର ୟୁନିଫର୍ମ ପିନ୍ଧିଥିବାର ନଜର ଆସିଥିଲେ।
ଗାଜାରେ ଦୀର୍ଘ ୧୫ ମାସ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ଉଦ୍ଦେଶ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ପାଲେଷ୍ଟାଇନ୍ କଏଦୀଙ୍କ ବଦଳରେ ସେମାନଙ୍କୁ ମୁକ୍ତ କରାଯାଉଛି। ଏହି ଅଦଳବଦଳ ପ୍ରକ୍ରିୟାରେ ୨୦୦ କଏଦୀଙ୍କୁ ମୁକ୍ତ କରିଛି ଇସ୍ରାଏଲ। ପୂର୍ବରୁ ହମାସ ୯୦ ଜଣ ପାଲେଷ୍ଟାଇନ୍ କଏଦୀଙ୍କ ବଦଳରେ ୩ ଜଣ ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରିଥିଲା।