ବଦଳିଲେ ରାଜ୍ୟ ନିର୍ବାଚନ କମିଶନର

ଅବସରପ୍ରାପ୍ତ ଆଇଏଏସ ଅଫିସର‌ ମଧୁସୂଦନ ପାଢ଼ୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୨୭/୦୧: ବଦଳିଛନ୍ତି ରାଜ୍ୟ ନିର୍ବାଚନ କମିଶନର। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟପାଳ ହରି ବାବୁ କାମ୍ଭମପତିଙ୍କ ଦ୍ୱାରା ନିଯୁକ୍ତ ହେବାର କିଛି ଘଣ୍ଟା ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ତାଙ୍କ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।

୧୯୯୧ ବ୍ୟାଚ୍ ର ଏହି ଆଇଏଏସ ଅଫିସର ୨୦୧୯ ଅଗଷ୍ଟରେ ଏହି ପଦରେ ନିଯୁକ୍ତ ହୋଇଥିବା ୧୯୮୩ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସ୍ଥାନ ନେବେ।