ଭୁବନେଶ୍ୱର, ୨୮/୦୧: ଆଜିଠାରୁ ଜନତା ମଇଦାନରେ ଆରମ୍ଭ ହେଉଛି ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫। ଏହି ଦୁଇଦିନିଆ କନ୍କ୍ଲେଭ୍କୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏ ନେଇ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ବାଗତ କରିଥିଲେ। ସେଠାରୁ ପ୍ରଧାନମନ୍ତ୍ରୀ ସିଧାସଳଖ ଜନତା ମଇଦାନକୁ ଅଭିମୁଖେ ଯାଇଛନ୍ତି।
ଓଡ଼ିଶାରେ ନିବେଶ ପାଇଁ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ସମ୍ମିଳନୀ। ଏଥିରେ ଯୋଗ ଦେବା ପାଇଁ ୧୮ ରାଷ୍ଟ୍ର ତଥା ବେଲାଋଷ, ସିଙ୍ଗାପୁର, ଅଷ୍ଟ୍ରେଲିଆ, ଭିଏତନାମ୍, ଜିମ୍ବାୱେ, କାଜାଖସ୍ତାନ, ଭେନେଜୁଏଲା, ବ୍ରିଟେନ, ଆମେରିକା ଓ ନେପାଳ ସହ ଅନ୍ୟ ଦେଶର ୭୫୦୦ରୁ ଅଧିକ ପ୍ରତିନିଧି ପଞ୍ଜୀକରଣ କରିଛନ୍ତି। ଏହା ସହ ୧୦୦ଟି କମ୍ପାନୀ ସହ ଶହେରୁ ଉର୍ଦ୍ଧ୍ବ ଏମଓୟୁ ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଏହି ସମ୍ମିଳନୀ ମାଧ୍ୟମରେ ରାଜ୍ୟ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଲକ୍ଷ୍ୟ ରଖିଛି।