କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ପୁଣି ଚୋରି ଉଦ୍ୟମ

ଚମ୍ପଟ ମାରିବା ବେଳେ କାବୁ କଲା ପୋଲିସ

ଭୁବନେଶ୍ୱର, ୨୮/୦୧: ପୁଣି ଥରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଉଦ୍ୟମ ହୋଇଛି। ଗତ କାଲି ରାତିରେ ଆଇଆରସି ଭିଲେଜ ସ୍ଥିତ ତାଙ୍କ ଘରର ଝରକା ବାଟ ଦେଇ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଘରର କର୍ମଚାରୀ ତାକୁ ଦେଖିବା ପରେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ଏ ନେଇ ସିସିଟିଭିରେ କଏଦ ଫୁଟେଜ ସାମନାକୁ ଆସିଛି। ପୋଲିସ ଉକ୍ତ ଚୋରକୁ ଧରି ପଚରାଉଚରା କରୁଛି।

ଉଲ୍ଲେଖଯୋଗ୍ୟ, ଗତ ୨୫ ତାରିଖରେ ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଘରେ ଚୋରି ହୋଇଥିଲା। ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି ହୋଇଥିଲା। ପୋଲିସ ଉକ୍ତ ଚୋରକୁ ଧରିବାରେ ସଫଳ ହୋଇନଥିବା ବେଳେ ଆଜି ପୁଣି ଆଇଆରସି ଭିଲେଜ ସ୍ଥିତ ଘରେ ଚୋରି ଉଦ୍ୟମ ହୋଇଛି।