ସରକାରୀ ନିର୍ଦ୍ଦେଶକୁ ନାହିଁ ଖାତିର
ଯାଜପୁରର ସର୍ବାଧିକ ୧୧ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରିଛି ଉଚ୍ଚଶିକ୍ଷା ବିଭାଗ।
୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
ଭୁବନେଶ୍ୱର, ୨୯/୦୧: ମହଙ୍ଗା ପଡ଼ିଲା ସରକାରୀ ନିର୍ଦ୍ଦେଶକୁ ନ ମାନିବା। ସରକାରୀ ନିର୍ଦ୍ଦେଶକୁ ନ ମାନିବାରୁ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଉଚ୍ଚଶିକ୍ଷା ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ। ରାଜ୍ୟର ୬୩ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ। ସରକାରୀ ନିୟମ ଅନୁଯାୟୀ, କଲେଜ ଆକାଉଣ୍ଟସ ପୋର୍ଟାଲ ଆପ୍ଲିକେସନ (କାପା)ରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଆର୍ଥିକ ରେକର୍ଡ ଅପଡେଟ୍ କରିବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏହି ଅଧ୍ୟକ୍ଷମାନେ ଅପଡେଟ କରିନଥିଲେ। ଫଳରେ ଚଳିତ ମାସରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେମାନଙ୍କ ଦରମା ବନ୍ଦ କରାଯାଇଛି।
ଯାଜପୁର ଜିଲ୍ଲାରେ ସର୍ବାଧିକ ୧୧ଟି କଲେଜର ଅଧ୍ୟକ୍ଷଙ୍କ ଦରମା ବନ୍ଦ ହୋଇଥିବା ବେଳେ ଖୋର୍ଦ୍ଧାର ୮ଟି, ଗଞ୍ଜାମର ୭ଟି, ଜଗତସିଂହପୁରର ୫ଟି, କଟକ ଓ ବାଲେଶ୍ୱରରେ ୪ଟି ଲେଖାଏଁ କଲେଜ ଏବଂ ଅନ୍ୟାନ୍ୟ କଲେଜର ଅଧ୍ୟକ୍ଷଙ୍କ ଦରମାକୁ ବନ୍ଦ କରିଛି ଉଚ୍ଚଶିକ୍ଷା ବିଭାଗ।