ଭୁବନେଶ୍ୱର, ୨୯/୦୧: ବିଶିଷ୍ଟ ଗୀତିକବି ବୃନ୍ଦାବନ ଜେନାଙ୍କ ଆଜି ପରଲୋକ ଘଟିଛି। ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଗତ କିଛି ଦିନ ଧରି ସ୍ନାୟୁ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ନ୍ୟୁ ମେଡିସିନ ୱାର୍ଡର ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଶ୍ରୀ ଜେନାଙ୍କ ବିୟୋଗରେ କଳା ଜଗତରେ ଗଭୀର ଵୋକ ପ୍ରକାଶ ପାଇଛି।