ଭୁବନେଶ୍ୱର, ୦୨/୦୨: ଆସନ୍ତା ଫେବ୍ରୁଆରି ୮ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଯାଜପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ବଣ୍ଟନ କରାଯିବ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଯେଉଁ ହିତାଧିକାରୀଙ୍କୁ ସେମାନଙ୍କ ବ୍ୟାଙ୍କରୁ ଫୋନ୍ କଲ୍ ଆସିଥିବ, ସେମାନଙ୍କୁ ଫେବ୍ରୁଆରି ୩ ଓ ୪ ତାରିଖରେ ବ୍ୟାଙ୍କକୁ ଯାଇ ଇ-କେୱାଇସି ଭେରିଫିକେସନ କରିବାକୁ ପଡ଼ିବ। ଫେବ୍ରୁଆରିରେ ଯେଉଁମାନେ ଏହି ସୁବିଧାରୁ ବଞ୍ଚିତ ହେବେ ସେମାନେ ମାର୍ଚ୍ଚ ୮ ସୁଦ୍ଧା ସେମାନଙ୍କ ଇ-କେୱାଇସି ଯାଞ୍ଚ କରିବେ। ଯାଞ୍ଚ ପରେ ସେମାନଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି।